ଦିନେକା ଦେଖଲି ମୁଇ 

ଖବର କାଗଜ ର ଆଗଡେ ଛପା ଫଟୁ ଟେ ଥିଲା କଲା ଝିମ ଝିମ ହଇ…..

ଭଳି କିଏ ରେ 

କଲା କୁଇଲି ହଲିଆ ପିଲା ,  ଧୁତି ଟୁଆଲେ ଦିହେଁ ସଜାଲା

 

ତଳେ ଲିଖା ଥିଲା 

ସେ ଆଉଛନ ଗାଁ ପାଖ କେ 

କାରବେ ଉଜାଗର ଗାଁ ନାଁ କେ ହେବେ ମୁଖିଆ କୁନୁଆ 

ମୁଇ ଭାବୁ ଥିଲି ଯିଏ ଡାକିଛନ ସେ ପିଇଛନ ଗଂଜେଇ କୁସନା………

 

ଫେର ଲିଖା ଥିଲା ଆଉ ଗୁଟେ ଧାଡି 

ଗାଁ ଚାହାଲି ମୁହୁଁ ନାଇଁ ମାଡି 

ଟେଢା ମେଢା ଲିଖନ ଅକ୍ଷର ,

ମନ ହଉ ଥିଲା ଦେଖବା କେ ଟିକେ ଘାଟି ହଉ ଥିଲା ଅନ୍ତର…………

 

ସେ ଦିନେ ଏକା ଗଲି କବି କେ ଦେଖି 

ବସଲି ଆଗେ ଆଘୋ ଚଊକି,

ବାଜି ଉଠଲା ତାଲି 

ମେନତା ଲୋକ ମଞ୍ଚ ଉପରେ ପିନ୍ଧିଛନ ଫୁଲ ମାଲି…………………

 

ଦେଖଲି ମୁଇ, ସତ କେ ସତ ସେ ଲୋକ ଟା

ତାହାକୁ ଦେଖି ଆଉ ଧଡକୀଲା ମୋର ମନଟା

ଲୋକ ହେଲେ କୁହା କୁହି 

ଇଟା ପରେ ସେ କବି ସିଆଁନ ମନ କେ ନେସନ ମୁହିଁ ………….. 

 

ହେଲା ଉଛବ 

ଜନେ ପରେ ଜନେ ମେନଟା ଲୋକ 

ଗାଈ ଗଲେ ତାଙ୍କର ତାଙ୍କର ଶ୍ଳୋକ 

ଆଏଲା କବିର ପାଳି

ମୋର ମନ ଟା ତଥାପି କହେ ଇଏ ଜାନିଥିବେ ହାଲିଆ ଗୀତ ଖାଲି…

 

ମାଈକ ଫୁନେ 

ଆଗଡେ ସେ ହେଲେ ଟା ଟେକି

କବିତା ର ଧାର 

ଧାଡି କ ଧାଡି ଗଲେ ତ ବକି ଅନର୍ଗଳ ଛ୍ହୁଟେ

ଗୁଟେ ନାଇଁ ଜୁଡ଼ଏ ନାଇଁ ସହ ସହ କବିତାର ଧାର ନାଇଁ ତୁଟେ…….

 

ଦେଖି ଆଟମିତ 

ସବୁକେ ସବୁ ଆଏ ତୁଣ୍ଡ ପଏଟ 

ସତେ ମା ସରସତୀ ଧରିଛନ ମୁହଁର କଏଟ

ସଭେ ହଇ ଗଲେ କାବା

ମୋର ମନ ହଜି ଗଲା ତାର ଉପରେ ଲାଗଲା ବାଃ ବାଃ 

 

ଛନେ ଭିତରେ 

ଆଗଡୁ ପଛତକ ଲୋକର ତାଡ଼ି

କବିର ଡାକେ ଆନି ଛେ ଭିଡି 

ସତ ପୁରା ସତ କଥା

କେଭେ କେନ କିଏ ସୁନିଅଚ୍ଛେ ସେ ଜାନିଛେ ଲାଗସି କେନ୍ତା…..

 

ନାଇଁ ପାରଲି ଭୁଲି 

ସେ ମହାଜନ ପାଖ କେ ଗଲି 

ପାହାର ଧୁଏଲ ମୁଦି ମାଖଳୀ 

ମନ ହେଲା କୁରୁତ କୁରୁତ 

ଜୁହାର ଜୁହାର କବି ହୋ ତୁମେ ଜୁହାର କରେ ଇ ବାଳୁତ……

 

ମୁହାଉଁ ହେଲା ମୋର ଫିକା 

ଯାହାକେ ଭାବଲି ହାଲିଆ ପିଲା

ବାକ ଦେବୀ ର ସେ ସିଘା ଗେଲ୍ହା 

ହଳଧର ସିଏ ରେ ଭାଇ 

କୋଶଳ ରାଇଜେ ଧ୍ୱଜା ଉଡାଏ କୋଶଳ କୁଇଲି ନାଁ ପାଇ……. 

By Prasanta Meher

Hi, I am Prashant Kumar Meher Staying in Dubai but passionate about my culture and literature.

Leave a Reply

Your email address will not be published. Required fields are marked *

error: Content is protected !!