କେଡେ ଉବାଗର୍‌ ସୁନ୍ଦ୍‌ରୀ ବରନ୍‌

କଅଁଲ୍‌ ମଧୁର୍‌ ଦିହି

କେଡେଟେ ଯତନେ କେତେ କାଲ୍‌ ବସି

ଗଢ଼ି ଦେଇଥିଲା ବିହି ।

ନିର୍‌ମଲ୍‌ ମନ୍‌ ନରମ୍‌ ସଭାବ୍‌

ତୋର୍‌ ସରି କିଏ ହେବା

ଦିର୍‌ବା ବଲି ସୁନ୍ଦରୀ ହେଲେଁ ଭି

ଦେଖ୍‌ଲେଁ ହଦରି ଦେବା ।

ବରନ୍‌ ଯେନ୍‌ତା ଚଲନ୍‌ ସେନ୍‌ତା

ଦୁହିଟାକ ଅରି ସରି

ଆପନାର୍‌ ଗୁନ୍‌ ମହକ୍‌ ଝରେଇ

ମନ୍‌କେ ନଉଛୁ ହରି ।

କେଡେ ଶର୍‌ଧାଥିଁ ତୋର୍‌ କୁଲେଁ ବସି

ଗୋଲୋକ୍‌ ବିହାରୀ ଜାୟା

ମାଆଁ ମହାଲଖୀଁ ନାଆଁଟେ ପାଏଲେ

ସରାଗେଁ ପଦ୍‌ମାଲୟା ।

ମାହାପୁରୁ ତତେ ହାତେଁ ଧରିଥିଲେଁ

ପାଉଥିସୁ ତୁଇଁ ଶୋଭା

ଆପ୍‌ନା ସଭାବେଁ ଭକ୍‌ତିର୍‌ ଭାବେଁ

ଦିଶୁ କେଡେ ମନ୍‌ ଲୋଭା ।

ପାଏଲେଁ କହଁର୍‌ ରସିଆ ଭଅଁର୍‌

ତୋର୍‌ ଚାର୍‌ହିକୁତି ବୁଲେ

ଲୁଭ୍‌ ଲୁଭ୍‌ନିଆଁ ବରନ୍‌କେ ଦେଖି

ରସିଆର୍‌ ମନ ଭୂଲେ ।

ହଏ ଲୋ ସୁନ୍ଦରୀ ପଦୁଁ ଫୁଲ୍‌ ତୁଇଁ

ଜାତ୍‌ ହେଲୁ ହଦ୍‌ ଗଦେଁ

ମହତ୍‌ କଥାଟେ ଶିଖେଇ ଦଉଛୁ

ଏଖେଇ ଗୁଟେ ପଦେଁ ।

ଦଏବିର୍‌ ବଲେଁ ଜନମ୍‌ ଜାତ୍‌ ଲୋ

କୁଲ୍‌ ମୁଲ୍‌ ସିନେ ଭିନ୍‌

ମହତ୍‌ କରମ୍‌ କରୁଥିଲେଁ କିହେ

ନହେସେ କା’ର୍‌ନୁ ହୀନ୍‌ ।

ମନ୍‌ଟା ଲାଗ୍‌ସି ଜୀବନ୍‌ ଭିତ୍‌ରେଁ

ତୋର୍‌ ଲେଖେଁ ମୁଇଁ ହେତିଁ

ସବ୍‌କର୍‌ ମନ୍‌ ହଁସେଇ ରସେଇ

ଜୀବନ୍‌ ବିତେଇ ଦେତିଁ ।

କୃଷ୍ଣ ଚନ୍ଦ୍ର ଭୋଇ

ଗନିଆଁପାଲି

ବରଗଡ଼

Spread the love

By Tapas Ranjan Sahu

"I always like to express my emotion,anger and happiness on paper."

Leave a Reply

Your email address will not be published. Required fields are marked *

error: Content is protected !!