ଧସ୍’କିଲା ମନ୍

ଯୁଡ଼ା’ଲା

ଫସ୍’କିଲା ମନ୍

ହଁସି’ଲା

କୋଶଲ୍ ମାଏଟ୍

ଚମ୍’କିଲା

ଘର୍ ଘର୍ ଆଏଜ୍ ମହଁକିଲା

ପୁଷ୍ ପୁନି ତିହାର୍ ଆଏଲା..।।

ଉଛୁଲି ପଡ଼ୁଛେ

ଭଦ୍ରି ଘର୍

ଖଏର୍ଚା ପଏର୍ଚା କାଏଁଯେ ଡର୍

ମାଏନ୍ ମନ୍’ସା ପିଠା ପନା

କରେହେଇ ତେଲ୍  ପିଚ୍’କିଲା

ପୁଷ୍ ପୁନି ତିହାର୍ ଆଏଲା..।।

ଚହଲା ମନ୍ ଚହଲି ଯାଏସି

ଶିକାର୍ ମଦେଁ ମନ୍

ନାଁଚି ଯାଏସି

ଅର୍ସା ବରା ସୁଆଁଲି ମଡ଼ା

ଯାହାକେ ଯେତେ ଯିଏ ଖାଏଲା

ପୁଷ୍ ପୁନି ତିହାର୍ ଆଏଲା …।।

ଛୁଆ ପିଲାର୍ ମନ୍

ଗହ ଗହ

ଛେର୍ ଛେରା ମାଗୁଛନ୍

ଶହ ଶହ

ବୁଢ଼ି କହୁଛେ ଟିକେ ରହ ରହ

ହଁସି ଖସି ମନେ ଝୁଲେ ଭର୍’ଲା

ପୁଷ୍ ପୁନି ତିହାର୍ ଆଏଲା..।।

ବୁକା କୁକୁରା

ଟୁରୁଫୁସୁ

ଆଏଁଖ୍ ଝରାଉଛନ୍

ଗୁର୍ଦୁ ରୁସୁଁ

ମୁର୍’କୁଟି ଦେବେ

ସଖାଲ୍ ପାଏଲେଁ

ମନ୍ ଟା ତାକର୍ ଛଟ୍’କିଲା

ପୁଷ୍ ପୁନି ତିହାର୍ ଆଏଲା…।।

 

ଶ୍ରୀପଦ୍ମନ ରଣା ଗ୍ରା-ଗୌଡ଼ମାଲ ବ୍ଲକ-ଝାରବନ୍ଧ ଜିଲ୍ଲା -ବରଗଡ଼

Leave a Reply

Your email address will not be published. Required fields are marked *

error: Content is protected !!