“ମହୁଲ୍ ଝାର୍”

କୁକ୍’ରା ଡକା ଅନ୍ଧାର୍ ରାତିଁ
ଖାକେ ଚେପେଇ ଛେଟ୍’ନା ଭୁଗ୍’ଲି
ବାହାର୍’ଲିଁ ମହୁଲ୍ ବେଟି
ନାକ୍ ଗର୍’ଡେଇ ସୁଇଛନ୍ ସଭେ
ସଥେ ଯେନ୍ତା ନାଇଁ ସୁଇ କେଭେଁ
ଦେଖୁଁ ଥାଏଁ ପଛ୍’କେ ଲେହେଁଟି

କଲା କିଟ୍ କିଟ୍ ଅନ୍ଧାର୍ ରାଏତ୍
ନାଇଁ ଦିସ୍’ବାର୍ ପଖନ୍ ମାଏଟ୍
ପଡ୍’ଲିଁ ଝଟେଇ ହେଇ
ଏ ମାଗୋ ବଲିଁ ରଡି ଛାଡ୍’ଲିଁ
ଚାରି ଆଡେ ଘାଏ ଦେଖି ପକାଲିଁ
ଚାଟିଁ ପଟେ ବି ନାଇଁ

ତର୍’ମସେ ଉଠି ଠିଆ ହେଲିଁ
ଛେଟ୍’ନା ଭୁଗ୍’ଲି ସଁକ୍’ଲିଁ ଦେଲି
ଚାଲ୍’ଲି ପାହେ ପାହେ
କୁଇଲି ଡାକୁଛେ କୁହୁ କୁହୁ
କାଏଁଯେ ଏତେ ହର୍’ବର୍ ହଉ
ତୋର୍ ମହୁଲ୍ କିଏ ବେଟି ନେବା କାଏଁ?

ଯେନ୍ତା ଆଏଲିଁ ଗାଁ ବାହାର୍’କେ
ଉକିଆ ଦିସ୍’ଲା ଆଏଁ’ଖ୍ କେ ମତେ
କଲିଆ ମେଘ୍’କେ ମୁସ୍’ଡି କରି
ଜହ୍ନ୍ ବାହାର୍’ଲା ଭର୍’କୋ କରି
କିଛିତ ହେଲେଁ ଆଏଁ’ଖ୍ କେ ଦିସ୍’ଲା
ମନ୍’କେ ଟିକେ ହାଏ ଲାଗ୍’ଲା

ଭଡ୍’ଙ୍ଗୋ ଭଡ୍’ଙ୍ଗୋ ପାହା ପକେଇ
ମନେ ମନେ କେତେ କଥା ଭାବଇ
କୁସେର୍ ବାରିର୍ ମହୁଲ୍ ଗଛ୍
ପତର୍ ପୁଡେଇ କାଲ୍’ହୁଁ କରିଛେଁ ସଜ୍
ଗଛ୍ ତଲ୍ ଥିବା ପୁରା ପଏର୍’ଛା
ନାଇଁଥିବା ଗୁଟ୍’ହେ ଲଟା କି ଗୁଛା
ମହୁଲ୍ ପଡିଥିବା ଗଦେଇ ହେଇ
ଟପୋ ଟାପୋ ବେଟ୍’ମି ହର୍’ବରେଇ
ମୁଠା ମୁଠା ଉଞ୍ଜ୍’ଲା ଉଞ୍ଜ୍’ଲା
ସାଆଁ’ଟି ଆନି ଭର୍’ମି ଭୁଗ୍’ଲା
ବେଲ୍ ଉଦା କେ ଘର୍’କେ ଫିର୍’ମି
ବାରିଆଡେ ମହୁଲ୍ ସୁଖେଇ ଦେମି

ପଅଁରାଲା ମହୁଲ୍ ହଲ୍’ଦିଆ ଦିସେ
ସୁନାର୍ ସଂଗେ ତାର୍ ରଙ୍ଗ୍’ଟା ମିସେ
ସୁଖିଗଲେଁ ମହୁଲ୍ କଲା ଗୁଲାପି
କେଜି ତକ୍’ଡି ଥିଁ ଦେମିନ ନାପି
ଉଜନ୍ ହେଇଗଲେଁ ଗୁଟେ କୁଣ୍ଟଲ୍
ଖୁସିର୍ ମାଡେ ମନ୍ ହେବା ଚଞ୍ଚଳ୍

ଝନ୍ ଝାନ୍ କରି ସବଦ୍ ହେଲା
ଭାବ୍’ନାଁ ରାଏଁଜୁ ମନ୍ ଫିର୍’ଲା
ଚାର୍’ହି କୁତି ଆଏଁ’ଖ୍ ଫିରେଇ ଆନ୍’ଲିଁ
ସିତେଇ ଗଲା ଦେହେ ଦେଖି କରି

ସହେ ପାହା ଦୂରେଁ ମହୁଲ୍ ତଲେଁ
ବସିଛେ କିଏସେ କଲେଁ କଲେଁ
କଲିଆ କପ୍’ଟା ବାଲ୍ ମୁକ୍’ଲା
ଲାଲ୍ ଜର୍ ଜର୍ ସିନ୍ଦୂର୍ ସଂଗେ
ହାତେଁ ରୂପାର୍ ବଳା

ଦଁ ଦଁ ହେଇ ଅଁତ୍’ରା ଜଲେ
ଯୁଏ ତାପୁଛେ ଇ ଖରାର୍ ବେଲେଁ
ଡେଙ୍ଗା ନେଇଁ କି ପୁଟ୍’କି ନେଇଁ
ବସିଛେ ଦୁଇ ଗୋଡ୍ ଲମେଇ
ଘମ୍ ଘମ୍ ଝାଲେଁ ଗଲିଁ ନ ଭିଜି
ଧକ୍ ଧକ୍ କରେ ଡରେ ମୋର୍ ଛାତି

ସୋର୍ ପଡିଗଲା ବେଇର୍ କଥା
ପେତେନ୍ କଥାନିଁ ଲାଗ୍’ଲା ଚିନ୍ତା
ଝିତ୍’ରି ମୁଡି ଖିଚିଡି ଦାଁତ୍
ବାଟି ଲେଖେଁ ଆଏଁଖ ଲମ୍ବା ହାତ୍
କାନେ କର୍ଣ୍ଣଫୁଲ୍ ଝୁଲୁଥିସି
କୁଲେ ଧରି ଛୁଆ ସେଁକୁଥିସି
ବେକେଁ ପିନ୍ଧିଥିସି ଖୁପ୍’ଡି ମାଲା
ହାତେ ଲମର୍ ଜିଭ୍ ଲାଁଲାଁ
ବିହ୍ନନ୍ ଲେଖେଁ ପରେ ହାତର୍ ନଖ୍
ବଲ୍ ଲେଖେଁ ଆଏଁଖ୍ ଦକ୍ ଦକ୍
କୁଲା ହେଡେ କାନ୍ ଢମୋ ନାକ୍
ନାଇଁ ଯିବୁ କେଭେଁ ତାର୍ ପାସ୍
ଭୁଲେ ସୁରେ ଯଦି ହବ୍’ଡେଇ ହେଲେଁ
କୁତ୍’କୁତି ଗୁଦ୍’ଗୁଦି କହେବା ଭଲେଁ

ଯେନ୍’ଟା କହେଲେଁ ଅଡୁଆ ହେବା
ମରଣ୍ ଟା ଯେ ନିଶ୍ଚେ ଥିବା
କହେବୁ ଯଦି କୁତ୍’କୁତି
ହସିଁ ହସିଁ ମର୍’ବୁ ତୁଇ ସେ କୁତି
ମୁଡ୍ ଚୁପି ତୋର୍ ଖାଏବା ଗୁଦି
କହିଦେବୁ ଯେଭେଁ ଗୁଦ୍’ଗୁଦି

ଏତେ ସବୁ କଥା ମନେ ଭାସେ
ବୁଦ୍ଧି ବନା ଆଏଁଖ୍ ଅନ୍ଧାର୍ ଦିସେ
ଦମ୍ କର୍’ଲିଁ ଗୋଡ୍ ଦମ୍’ସେଇ ଆଗ୍’କେ ଗଲିଁ
ସାହା ଥିବୁ ତୁଇ ମାଆଁ ସମ୍’ଲେଇ

ଅନ୍ଧାର୍ ରାତି ଗୋଡ୍ ପେସ୍’ରେଇ
କିଏରେ ତୁଇ ଦୁଆଁ ଛିଡେଇ
ଡର୍ ନାଇଁ କି ଭଏ ନାଇଁ
ପେତେନ୍ ଭୁତେନ୍ କାଏଁ ବଲି ଦେଲି ପଚ୍’ରେଇ

ଉଁ ନାଇଁ କି ସୁଁ ନାଇଁ
ଆମ୍ ନାଇଁ କି ଲିମ୍ ନାଇଁ
ମନର୍ ଭରମ୍ ଥିଲା
ପେତେନ୍ ଲେଖେଁ ଭିନ୍ ଭିନ୍ ନାଆଁ କେନ୍ଦୁବୁଟା ଥିଲା ।
କାହାଲି ଲେଛା ବେଟିଆଁ ଗୁଟେ
ପାସେ ଜଲୁଥିଲା ।।

-ଆରତୀ ସାହୁ

Spread the love

By Arati Sahu

You know me as an "Anchor " ,my voice has reached upto you.Some of you might have called me SambalpuriJhiArti .

Leave a Reply

Your email address will not be published. Required fields are marked *

error: Content is protected !!