“ମୁଇଁ ମାମିତା କହୁଛେ”

ମୁଇଁ ମାମିତା କହୁଛେ ଉପରୁ ଥାଇ
କୋଶଳର ଲୋକ କେ କରୁଛେ ଜୁହାର
ମାରି ଦେଲ ସିନେ, ଜାଳି ଦେଲ ସିନେ,
ମୋର ଆତମା ଟା ଏଭେ ଭି କରୁଛେ ଚିତ୍କାର ||
କେତେ ଦରଦ ଯେ
କେଁନତା ହିଁ କହେଁମି
ମରି ଗଲି ବଳି
କେଁନତା ହିଁ ମାଁନମି
ଏ ସମାଜେ କେତେ କେତେ ଝି
ଗୁଟେ ଗୁଟେ ହଇ ହଉଛନ ଶିକାର ||

ମୁଇଁ ମାମିତା କହୁଛେ ଉପରୁ ଥାଇ
ମୋର ଭାଇ ଦାଇ କେ କରୁଛେ ଜୁହାର,
କେତେ ଝି ବେଟି ଭୁଆସେନ ବହ କେ
ଦେଖ ମାରି ଦଳି କରି କେତେ ଅତ୍ୟାଚାର
କାହାକେ କହେମି
ଯଦି ସଭେ ମୁହୁ ଦେଲେ ମୁଜି
ମୋର ଆତ୍ମା ଟା ବୁଲୁଛେ
ସେ ପାପୀ କେ ନୁଁରି ଖୁଜି
ଟି କେ ଦେଖ ମୋର ଭାଇ ଦାଇ
ଏ ସମୀୟା କେ ଆଉ ନାଇଁ କର ବେକାର …|

ମୁଇଁ ମାମିତା କହୁଛେ ଉପରୁ ଥାଇ
ସମାଜ ର ସମକେ କରୁଛେ ଜୁହାର
ଯେତେ ନେତା ମନତିରି ଶିଘା ମେନତା
ତମର ବରକସ କଥା ମତେ ଦରକାର
ଦହ ଦହ କରି ସବୁ ଦିସୁଛେ
କାହାକେ କହେମି ମୋର ହୁରୁଦ କାନ୍ଦୁଛେ
ଯଦି ନାଇଁ ଚେତ ଏଭେ
ନାଇଁ ହୁଏ କେଭେ
ମୁଇ ମରୁ ଥିମି ଏନ୍ତା ବାରମବାର ||

ମୁଇଁ ମାମିତା କରୁଛେ ଉପରୁ ଥାଇ
କବି ଲେଖକ କେ କରୁଛେ ଜୁହାର
ତମେ କଲମ ର ଗାର କେ କରବା ଟାନ
କଥା ଯିବା ଦୂର ଚେତବା ସରକାର
ମୋର ରକତ ର ଛିଟା କଶା
କେତେ ଲୋକ ଦଉଛନ ଲୁକେଇ
ମୋର ଆଖି ର ଲୁହେ
ତାକର କିଛି ନାଇଁ
ଦୋଷୀ କେ ଢପା ପହରା
ଫେର କାହିଁ ଗଲା କାହିଁ ଗଲା ସେ ଟୁକେଲ ପାବାର ||

Spread the love

By Prasanta Meher

Hi, I am Prashant Kumar Meher Staying in Dubai but passionate about my culture and literature.

One thought on ““ମୁଇଁ ମାମିତା କହୁଛେ””

Leave a Reply

Your email address will not be published. Required fields are marked *

error: Content is protected !!