ମୁଇଁ ରାଆଁଡି ମେହେଜି କହୁଛେଁ
ମୁଇଁ ରାଆଁଡି ମେହେଜି କହୁଛେଁ
ଟଁକା ପଏସାର୍ ଅଭାବ୍ ଥିଲା କେତ୍ ନି କେତେ
ମୋର୍ ଘଏଁତା କେ ଯତନାବାର୍ କେ
ଇ ଟଁକା ପଏସାର୍ ଲାଗିଁ ବଲିଁ ଘଏଁତା ଖେଇ ହେଇଛେଁ
ଅଧା ବୟସେଁ ହାତର୍ ଚୁଡି ଚୁପିଛେଁ,
ଘଏଁତା କେ ଯମର୍ ହାତୁଁ ଛଡାବାର୍ କେ
କେତେ ଉଷା, ବରତ୍ କରିଛେଁ
ମୁଇଁ ରାଆଁଡି ମେହେଜି କହୁଛେଁ ।। ୨
ଘଏଁତା ମଲା ଦିନୁଁ ଲୋକ୍ କର୍ ଗହକି କେତ୍ ନି କେତେ
ଟଁକା ଆନି ଖୁଚି ଦଉଛନ୍ ମୋର୍ ଅଟେଁ ଯାହାକେ ଯେତେ
ଇ ଟଁକାର୍ ବଲେଁ ମୋର୍ ମୁନୁଷର୍ ଜୀବନ୍ ଘିନି ନାଇଁ ପାରୁଛେଁ
ମୁଇଁ ରାଆଁଡି ମେହେଜି କହୁଛେଁ ।। ୨
ସର୍’ପଁଚ୍ ବୁଢା କେ ଗୁହାରି କରିଥିଲିଁ
ଟଁକା ପଏସା ଦିରା ପାଏଲେଁ ଘଏଁତା କେ ଯତନାମି ବଲିଁ
ହେ ସର୍’ପଁଚ୍ ବୁଢା ଆଏଜ୍ କେଲ୍ ଆସି
ମୋର୍ ଦିହେଁ ଲେଦେରେଇ, ଘେଁସେରେଇ ହଉଛେ
ମୋର୍ ଘଏଁତା କେ ହେ ସର୍’ପଁଚ୍ ବୁଢା ଖେଇଛେ,
ରାଆଁଡି ଭତାର୍ ଲାଗିଁ ମୁଇଁ କେନ ଫୁଲି ମରୁଛେଁ
ମୁଇଁ ରାଆଁଡି ମେହେଜି କହୁଛେଁ ।। ୨
ବାଟେଁ ଚାଲି ଗଲେଁ ଲୁକ୍’କର୍ ଠରାନରା ଯାହାକେ ଯେତେ
ଗାଲ୍ ସେଁକା, ଚଙ୍ଘରା ବୁହା ମତେ ନାଇଁ ଯୁଗେ
ଟଁଢେଇ ଟାଙ୍ଗେନ୍ ବଲି ମତେ କହେସନ୍ ପରା ପାଟ୍ କେ
ରାତିଁ ପରେ ଚରି ଯାଏସିଁ ହେ ମୁଡା ପିଠ୍ କେ
ମୋର୍ ପେଟର୍ ଛୁଆ କେ ପରେ ମୁଇଁ କୁଆଁରୀ ଜଗେଇଛେଁ
ମୁଇଁ ରାଆଁଡି ମେହେଜି କହୁଛେଁ ।। ୨
ଏଭେଁ ଦିନେଁ ଘର୍’କେ ବୁଲି ଆଈଥିଲା ଗଉଁତିଆ କକା
ମୋର୍ ଖଟେଁ ଆସି ବସ୍’ଲା ଲତ୍ କଲା
ରାଏତ୍’କର୍ ଲାଗିଁ ପାଏଜଲ୍ ପିନ୍ଧାମି ବଲିଁ
ଅରଷ୍’ଟି କଲା କେତ୍’ନି କେତେ
ହେ ଗଉଁତିଆ କକା ଭି ମୋର୍ ଘଏଁତା କେ ଖେଇଛେ,
ମୋର୍ ମନ୍ କେ କେଭୁଁ ଗହନା ପକେଇ ସାରିଛେଁ
ମୁଇଁ ରାଆଁଡି ମେହେଜି କହୁଛେଁ ।। ୨
ଲୋକ୍’କର୍ ମନ୍ ବିଡ୍’ବାର୍ କେ ମୁଇଁ
ପଚ୍’ରେଇ ଦେସିଁ ଗୁଟେ କଥା
ମୋର୍ କାନି ପନତେଁ ତୁମର୍ କରିଆର୍ ଗୁଏଟ୍ ପକେଇ
ଭରି ଦେବ କାଏଁ ମୋର୍ ମଥା,
ମୋର୍ କଥା ସୁନି ଲୁକେ ହେଇଯେସନ୍ ଭକା,ଆର୍ କହେସନ୍,,
ରାଆଁଡି ମେହେଜି ହେଲେଁ ଭି ପଏର୍’ଛା ସତୀ ଟେ ଇଟା,
କୁଚମାରୀ ଶାଢୀ ପିନ୍ଧବାର୍ ପାସ୍’ରି ଦେଇଛେଁ
ମୁଇଁ ରାଆଁଡି ମେହେଜି କହୁଛେଁ
ମୁଇଁ ଦିର୍’ବା ସତୀ କହୁଛେଁ।। ୨
ତାପସ ରଞ୍ଜନ ସାହୁ
ମଲମଣ୍ଡା,ଗନିଆଁପାଲି,ବରଗଡ