ସତ ସତ ତିରବାର ସତ
ମୁଇ କରୁଛେ କିରିଆ,
ବଇଠା ଟେ ଯଦି ହେମି
କରମି ଚାରହି ଦିଗ କେ ଉକିଆ ||

ଫୁଲ ଟେ ଯଦି ହେମି
ଦେମି ସବକେ ମହକ,
ଦେବତା ମୁଡ଼େ ଚଢେ କି ନି ଚଢେ
ଯୀମି ବୀର ର ପାଦ ତକ ||

ଗଛ ଟେ ହେଲେ ଘଛର ବାଗିର
ଫୁଲ ଫଳ ଛାଏଁ ଦେମି,
ଜନଟେ ହେଲେ ଦୁହି
ଉକିଆ କରୁ ଥିମି ||

ବହି ଗୁଟେ ହେଲେ ଭି ଯଦିର
ସବକର ର ବଢ଼ାମି ଜ୍ଞାନ,
ନିଜର ଭାଷା କେନତା ଉଁନତ ହେବା
ସେଥିନ ଦେମି ଧିଆନ ||

କବିଟେ ହେମି ଯଦି ମୁଇଁ
ସଜେଇ ଦେମି ଶବଦ ଫୁଲେ,
ରାଜା ନାଇଁ କି ମନ୍ତ୍ରୀ ନାହିଁ
ଉଚ୍ଚା ପଦ ନାଇଁ ନିଏ ଭୁଲେ ||

ମୁନୁଷ ଟେ ହେମି ମୁଇଁ
ନାଇଁ ନ ଦେବତା ର ଆଶ
ସତ ସତ ତିରବାର ସତ
ନାଇଁ ଭାଙ୍ଗେ କାହାର ବିଶ୍ୱାସ ||

Spread the love

By Prasanta Meher

Hi, I am Prashant Kumar Meher Staying in Dubai but passionate about my culture and literature.

One thought on “ସତ ସତ ତିରବାର ସତ”

Leave a Reply

Your email address will not be published. Required fields are marked *

error: Content is protected !!