<span;>ଭାଏ ମୋର୍ ଜିଇଁଥା: ଭାଏ ଜିଇଁତିଆ
ଦସ୍ରା ଆଏଲେଁ ଗହଗହ ଲାଗ୍ସି ମନ୍ । ବର୍ଷା ଋତୁର୍ ଝରି ଝଁକେର୍ ତା’ର୍ ପାଲି ସାରିଁ ଫିରି ଯାଇଥିସିନ ଧର୍ତି ନୁ । ଡୁଲି ଥିଁ ଗର୍ଭନି ଧାନର୍ ଶୁଆ ପଖିଆ ଲହର୍ ଦେଖିଁ ଉସତେଁ ଉଛ୍ଲି ପଡ଼ୁଥିସି ଚାଷୀର୍ ମନ୍ । ସଜେଇ ହେସନ୍ ପଶ୍ଚିମ୍ ଉଡ଼୍ସାର୍ ଗାଁ, ସହର୍, ଗୁଡ଼ିଭାଡ଼ି, ଲୋକ୍ ବାକ୍ । ଦିନ୍ ଥିଲା, ଦସ୍ରା ଆଏଲେଁ ଷୁଲ୍ହ କୁଠି ସାଲେଁ ଦୁଲ୍କି ଯାଉଥିଲା ଷୁଲ୍ହ ଭର୍ନି ପାର୍ । ଡାଲ୍ଖାଇ ଗୀତର୍ ସୁରେଁ ନାଚି ଉଠୁଥିଲା ସାରା ଇଲାକା । ମାଛି ଅନ୍ଧ୍ରିଆ ଜନ୍ ଉଁକିଆଥିଁ ଧାଙ୍ଗ୍ରି ମାନ୍କର୍ ହୁମୋବଉଲି ଗୀତେଁ ଉଛ୍ଲି ପଡ଼ୁଥିଲା ଗାଁ ଖୁଏଲ୍ । ଝାର୍ ଫୁଲର୍ ମହକନ୍ ସାଙ୍ଗେଁ କାଏଁସ୍ ଫୁଲର୍ ଫକ୍ ପାଁର୍ରି ଲହଡ଼ା ମନ୍କେ ଘିନି ନଉଥିଲା । ଇ ସମିଆ କେ ସଂସ୍କୃତିର୍ ବାନା ଉଡ଼େଇ ଆସୁଥିଲା ପଶ୍ଚିମ ଉଡ଼୍ସାର୍ ସବୁନୁ ଜୁନ୍ହାଁ ଆରୁ ସିଘା ଉପାସ୍ “ଭାଏ ଜିଇଁତିଆ” । ମାହେଜି ଟୁକେଲ୍ ମାନେ, ଦାଦା ଭାଏ ମାନ୍କର୍ ନିରୁଗି ଆରୁ ଲମ୍ହା ଜୀବନ୍ ଲାଗିଁ ମାନସିକ୍ କରିଁ ନିର୍ଜଲା ଉପାସ୍ କର୍ବାର୍ ପରମ୍ପରା କାହିଁ କେନ୍ କାଲୁଁ ଚଲି ଆସୁଛେ ଏବ୍ତକ୍ ।
ଭାଏ ଜିଇଁତିଆ ଉପାସ୍ ଥିଁ ଷୁଲ୍ହ କୁଠି ଦେବା ଦେବୀକୁଁ ପୂଜା କରା ଯାଏସି । ଗାଁ ର୍ ଉସାର୍ ପିସାର୍ ଠାନେ, ପାଁଚ୍ ଲୁକିଆ ବୈଠକି ଜାଗା କି ଭାଗ୍ବତ୍ ଗୁଡ଼ିର କାଁଥି ନ ଷୁଲହ ଟା କୁଠି ଭିତ୍ରେଁ ଫି କୁଠି ଥିଁ ଗୁଟେ ଗୁଟେ ଦେବା ଦେବୀକର୍ ଫଟୁ କଟା ହେସି। ଆଏଜ୍ କାଏଲ୍ ଇଥିଁ ଆର୍ଟିଫିସିଆଲ୍ ରଙ୍ଗ୍ ବେଭାର୍ ହଉଥିଲେଁ ଭି ଚିତ୍ରକାର୍ ମାନେ ସେ ବେଲେଁ ପ୍ରାକୃତିକ୍ ରଙ୍ଗ୍ ଲଗେଇ କରିଁ କୁଠି ଭାଙ୍ଗୁଥିଲେ। କୁଠି ଭିତ୍ରେଁ ଶ୍ରୀ ରାମଚନ୍ଦ୍ର,ଶ୍ରୀ ଗଣେଶ, ଇଶ୍ଵର ପାର୍ବତୀ, ଶ୍ରୀ ହନୁମାନ, ଶ୍ରୀ ନାରଦ, ଶ୍ରୀ କାର୍ତ୍ତିକ, ମାଁ ଦଶଭୁଜା ଦୁର୍ଗା, ମାଁ ଲକ୍ଷ୍ମୀ, ମାଁ ବନ୍ ଦୂର୍ଗା, ମାଁ ଦଶମତୀ ଦେବୀ, ମାଁ କାଲୀ, ମାଁ ଛିନ୍ନମସ୍ତା, ମାଁ ରାମଚଣ୍ଡୀ, ଗ୍ୟାନ ଦାତା ଶୁକମୁନି, ଦଶାନନ୍ ଶ୍ରୀ ରାବଣ, ଆରୁ ଶ୍ରୀ ବିଷ୍ଣୁ କଚ୍ଛପ ରୁପ୍ ବାଗିର୍ ୧୬ ଟା ମାହାପୁରୁ ଠାନ୍ ପାଉଥିଲେ । ଷୁଲ୍ହ କୁଠି ପୂଜାର୍ ବିଧି ହିସାବେଁ, ଦସ୍ରା ଅନ୍ଧାର୍ ପଖର୍ ଅଷ୍ଟମୀ (ମୂଲାଷ୍ଟମୀ, ପୁଓ ଜିଇଁତିଆ) ଦିନ୍ ଠାନୁ ମୁଲ୍ ହେଇକରିଁ ଉଜୁଲ୍ ପଖର୍ ଅଷ୍ଟମୀ, ଯେନ୍ଟା କି ଦୂର୍ଗାଷ୍ଟମୀ ବଲିଁ ସଭେ ମାନ୍ସୁଁ, ଠିକ୍ ୧୬ ଦିନର୍ ଦିନେ ଇ ପୂଜାର୍ ବଢ଼େନ୍ ହେସି । ଇ ଦିନ୍ କେ “ଭାଏ ଜିଇଁତିଆ” ବଲିଁ କହେସୁଁ । ଲୋକ୍ ସୋର୍ ପକାସନ୍, ଲୁକି ଯାଉଥିବାର୍ ଡାଲ୍ଖାଇ ପରମ୍ପରା ଇ ଦିନେ କରାହଉଥିଲା । ଖୁସା ଥିଁ ଡାଲ୍ ପତର୍ ଖୁଚି କରିଁ ବଜାର୍ ପାରେଁ, ଡାଲ୍ଖାଇ ଗୀତର୍ ସୁରେଁ, ଖୁଲା ମନ୍ଥିଁ ନାଚୁଥିଲେ ଧାଙ୍ଗ୍ରି ଟୁକେଲ୍ ଆରୁ ମାହେଜି ମାନେ। ଭାଏ ଜିଇଁତିଆ ପରମ୍ପରା ଜୁଡ଼ି ହଇ ରହିଥିଲା ଇ ଡାଲ୍ଖାଇ ସଂସ୍କୃତି ଭିତ୍ରେଁ।
ଇତିହାସ୍ କହେସି, ପାଖାପୁଖି ୧୫୪୦ ଖ୍ରୀଷ୍ଟାବ୍ଦ ତକ୍ ପଶ୍ଚିମ ଉଡ଼୍ସା ଥିଲା ଗୁଟେ ଆଦିବାସୀ ଇଲାକା । ଆଦିବାସୀ ମାନ୍କୁଁ ଛାଡ଼ିଁ ଦୁସ୍ରା କେନ୍ସି ଜାଏତ୍ ଇଠାନେ ନେ ରହୁଥାଇଁ । ଇନର୍ ମୁଲ୍ ବାସିନ୍ଦା ଇ ଆଦିବାସୀ ମାନେ ତାକର୍ ପୁର୍ଖାପାତିନୁ କରି ଆସୁଥିଲେ ଡାଲ୍ଖାଇ ।୧୯୧୮ ସାଲେଁ ସମଲ୍ପୁରର୍ କାଲିବାଡ଼ି ନ ପହେଲା କରି ଦୂର୍ଗା ପୂଜା ହେଇଥିଲା । ବଙ୍ଗାଲ୍ ନୁ ଆସିଁ ରହୁଥିବାର୍ ବଙ୍ଗାଲୀ ଲୁକେ ଇ ପୂଜା ମୁଲ୍ କରିଥିଲେ ।ସେତ୍କି ଦିନୁ ସବୁଆଡେଁ ଦୂର୍ଗା ପୂଜା ଲୋକ୍ କରି ବସ୍ଲେ ଆରୁ ଏଛ୍ନି ଭି ଚଲିଁ ଆସୁଛେ । ଲୁକି ଯାଇଥିବାର୍ ଡାଲ୍ଖାଇ, ଷୁଲ୍ହ କୁଠି ପୂଜା ଆରୁ ଭାଏ ଜିଇଁତିଆ ଜୁଡ଼ି ହେଇ ଯାଇଛେ ଦୂର୍ଗା ପୂଜା ସାଙ୍ଗେଁ । ହେଲେଁ କିଛି ଠାନେ ଯେନ ଦୂର୍ଗା ପୂଜା ନେ ହେବାର୍ ଭାଏ ଜିଇଁତିଆ ଉପାସୀ ମାନେ ଠୁଲ୍ ହେଇ କରି ନିଜେଁ ନିଜେଁ ମାନସିକ୍ ହିସାବେଁ ପୂଜା କରୁଥିବାର୍ ବେଲ୍କେ କାହିଁ କେନ୍ତା ବାମ୍ହନ୍ ଡକେଇଁ ପୂଜା ସାଙ୍ଗେଁ ମନ୍ତ୍ର ପଢ୍ବାର୍ ଭି ଦେଖ୍ବାର୍ କେ ମିଲ୍ସି ।
ମାନସିକ୍ କରିଁ ତନ୍ତ୍ର ପୂଜା ହଉ କି ମନ୍ତର୍ ପଢ଼ିକରିଁ ମନ୍ତ୍ର ପୂଜା, ଭାଏ ବୁହେନ୍ କର୍ ମହୁ ଠାନୁ ମିଠା ଭାବ୍କେ ଉବାଗର୍ କରିଁ ରଖିଛେ ” ଭାଏ ଜିଇଁତିଆ” । ପାଖାପୁଖି ୨୪ ଘଣ୍ଟା ଯାଏକ୍ ନିର୍ଜଲା ଉପାସେଁ ରହେସନ୍ ଉପାସୀ ମାନେ । ଭାଏଲ୍ ଭାଏ ଦଦାର୍ ଅମଙ୍ଗଲ୍ ହେବା ବଲିଁ ଥୁକ୍ ବି ନାଇଁ ଗିଲନ୍। ଉପାସ୍ ଦିନେ ୧୦୮ ଟା ଗୁଟା ଦୁବ୍, ୧୦୮ ଟା ଗୁଟା ଅଲୁଆ ଚାଉଲ୍ ଆରୁ ଫୁଲ୍କେ ପତର୍ ଥିଁ ଚିପ୍ଟି କରି ରଖ୍ସନ୍ । ପିଠିର୍ ଭାଏ ଦଦା ମାନ୍କର୍ ସାଙ୍ଗେଁ ଲେତା ଗୁତା ଭାଏ, ଯା’ର୍ ଯେତ୍କି ଟା ଥିସନ୍, ଝନ୍କ ଗୁଟେ ହିସାବେଁ ସେତ୍କି ଟା ଇ ଦୁବ୍ ଚିପ୍ଟି ତିଆର୍ କରି ରଖ୍ସନ୍ । ବେଲ୍ବୁଡ଼େଁ ଗାଧ୍ଲା ଘାଟ୍ କେ ଯାଇ କରିଁ, ଗାଧି ପାଧି କରିଁ ଲାଗି ପଡ଼୍ସନ୍ ପୂଜା ଥିଁ । ବାଲିଁ ୧୬ ଟା କୁଠି କରିଁ ତାହିଁ ୧୬ ଟା ବାଏଲ୍ ଫୁଦ୍ ଉପ୍ରେଁ ଅପାମାର୍ଗ କାଠି ଆରୁ ଚକି ଆକାରେଁ କଟା ହେଲା କାଁକେର୍ କେ ଖଞ୍ଜି କରିଁ ଷୁଲ୍ହ କୁଠିର୍ ଚିନ୍ହାଁ ହିସାବେଁ ପୂଜା କର୍ସନ୍ । ଇତାର୍ ଉତାରୁଁ ପୂଜା ଖଞ୍ଜା ଧରିଁ ସବୁ ଉପାସୀ ମାନେ ପୂଜା କରା ଠାନ୍ ନ ଠୁଲ୍ ହେଇକରିଁ ଦୁବ୍ ଚିପ୍ଟି ମାନ୍କୁଁ ଜିଇଁତିଆ( ବଟା ହେଇଥିବାର୍ ରଙ୍ଗ୍ ରଙ୍ଗିଆ ସୁତାର୍ ଡୋର୍ ) ଥିଁ ଭେଲା କରିଁ ବାନ୍ଧିଁ ଥୁଇସନ୍ ଆରୁ ପୂଜା କର୍ସନ୍ । ଇ ଉପାସ୍କେ ଭିର୍ଲା ବାଗିର୍ ଭାଏ ବୁହେନ ଉପ୍ରେଁ ସୁନ୍ଦର୍ କଥାନି ଟେ ଭି ଶୁନ୍ଆ ହେସି । ରାଏତ୍ ଟା ଯାଏସି, ସଖାଲର୍ ପହପହ ନୁ, କୁଆ ପାଏନ୍ ନେ ଛିଇବାର୍ ଆଘୋନୁ, ଯେନ ବାଲିର୍ କୁଠି ପୂଜା କରିଥିସନ୍ ସେ ଘାଟ୍କେ ଫେର୍ ଯାଏସନ୍ ଉପାସୀ ମାନେ । ଦୁବର୍ ଚିପ୍ଟି ମାନ୍କୁଁ ଫେର୍ ଥରେ ସେ କୁଠି ନୁ ଚଢ଼େଇ କରିଁ ଆଠ୍ଟା ବୁତ୍ରାଲା ଚନା ସାଙ୍ଗେଁ ଆଠ୍ଟା ଚାଉଲ୍ ଗିଲ୍ଲା ଉତାରୁଁ ଦୀପ୍ ଉହୁଲାସନ୍ । ବଛର୍ ଟାକର୍ ଇ ଉପାସର୍ ଚିନ୍ହାଁଁ ହିସାବେଁ ଆଠ୍ଟା ଗଁଏଠ୍ ପାର୍ଲା ଗୁଟେ ଖାସ୍ ଜିଇଁତିଆ( ଚନାଗିଲା ) କେ ତାକର୍ ବେଁକେଁ ପିନ୍ଧ୍ସନ୍ । ଏତ୍କି ଲମ୍ହା ସମିଆର୍ ନିର୍ଜଲା ଉପାସ୍ ରଁଚେ ବାଗିର୍ ଉସାସ୍ ହେସି ଇ ଚନାଗିଲା ପରମ୍ପରା ଉତାରୁଁ । ତେତ୍କର୍ ମୁଲ୍ ହେସି ଦୁବ୍ଛିଆ । ଭାଏ ଦଦା ମାନ୍କୁଁ ଗୁଡ଼ୁଁ ମୁଡ଼୍ ତକ୍ ସାତ୍ ଥର୍ ଦୁବ୍ ଚିପ୍ଟି କେ ଛିଆସନ୍ ଉପାସୀ ମାନେ ।ସାନ୍ ବଡ଼୍ଖା ଦେଖିଁ ମୁଡ଼ିଆ ମାରିକରି ଆଶିର୍ବାଦ୍ ନେଲା ଉତାରୁଁ ଉପାସ୍ ଭାଙ୍ଗ୍ସି ।
ମୁନୁଷ୍ ସମାଜର୍ ଯେତେ ବଢ଼୍ତି ହଉ, ବିଜ୍ଞାନ୍ ଯେତେ ଆଗ୍କେ ଯାଉ, ଯେତେ ଦିନ୍ ତକ୍ ଭାଏ ଥିବା, ବୁହେନ୍ ଥିବା, ସମିଆର୍ ଚକା ଭି ଚେପେଇ ନେ ପାରେ ତାକର୍ ସମ୍ପର୍କକେ । ଆରୁ ବି ଯବ୍ତକ୍ ଭାଏ ବୁହେନର୍ ସେନ୍ହୋ ଭାବ୍ ଥିବା, ପଶ୍ଚିମ ଉଡ଼୍ସାର୍ ବୁହେନ୍ ମାନେ ମାନସିକ୍ କରିଁ କହୁଥିବେ- ଭାଏ ମୋର୍ ଜିଇଁଥା’ । ଜିଇଁଥିବା “ଭାଏ ଜିଇଁତିଆ” ।
ହେଲେଁ ବୁହେନ୍ ମାନ୍କର୍ ତ୍ୟାଗ୍ ଲାଗିଁ ବଅଁଚି ଥିବାର୍ ଇ ଉପାସ୍ ସାଙ୍ଗେଁ , ବନିହାଁ ଦିନୁ ହଜି ଯାଉଥିବାର୍ “ଡାଲ୍ଖାଇ” ଆରୁ ଲୁକି ବସୁଥିବାର୍ ଷୁଲ୍ହ କୁଠି ପୂଜାର୍ ଜୁନ୍ହାଁ ପରମ୍ପରା କେ ଫେର୍ ଘାଏ ଫିରେଇ ଆନ୍ବାର୍ ଲାଗିଁ, ସବୁ ଭାଏ ମାନ୍କୁଁ ଭି ଅଁଟା ଭିରେନ୍ ଦେବାର୍ କେ ପଡ଼୍ବା । ଆସୁନ୍ ସଭେ ମେଶିଁ ଆମର୍ ମହାନ୍ ସଂସ୍କୃତି କେ ବଅଁଚାମା ଆରୁ ଚାର୍ହି କୁତି ଫଏଲେଇ ନେମା ତାର୍ ମହକ୍ କେ ।
ଉତ୍ତର କୁମାର ସାହୁ
ସିକିର୍ଡ଼ି, ବରପାଲି, ବରଗଡ଼
ମୋ: ୯୮୬୧୩୮୪୮୨୫