ପରକୁତି ମାନେ ଦଶହରା

ଦୁଲ ଦୁଲ ହଇ ବାଜଲା ନିସାନ
ଡୁଲକି ଗଲା ବଜା
ଦଶହରା ମାସ ଆଏଲା ମାଡି
ହେବା ର ମାଁ ର ପୂଜା |

ସଜ ବାଜ ହେଇ ପୁରଥୀ ଜାକର
ତିହାର ଲାଗି ତିଆର
ସୁରୁଜ ଦେବତା ଫକିଆ ଆକାଶେ
ତେଜେ ହେଲେ ନ ବାହାର |

ଧରତୀ ରାନୀ ସାଗୁଆ ବେଶେ
ମାଁ କେ ଯାଇ ଭେଟେ
ସେଥିର ଲାଗି ବଂଦ ଭିତରେ
ପଦମ ଫୁଲ ଫୁଟେ |

ଢ଼ାପ ଗୁଡ଼ୁ ଗୁଡ଼ୁ ନାଇଁନ ଆଉ
ବଦଳ ଗଲା ନ ଫାକି
ଉକିଆ ଜଣ ମାଁ କେ ଦେଖ ବାର କେ
ଆକାଶେ ରହିଛେ ଟାକି |

ଇ ସମିଆ କେ ପବନ ଦେବତା
ନାଇଁ ହୁଏ ହଲ ଚଲ
ମାଁ ର ପୂଜା ହେସି ମନ୍ତର ପଢା
କେଁ ହେବା କଲ କଲ |

ଦିନ ରାଏତ ଭି ଭାଗ କରି ନିଅନ
ମାଁ କେ ଦେଖବେ ସମାନ
ମନ ଖାଟ ହେବା କାହାର କାଏ ଜେ
ସଭେ ଦେଇ ଅଚ୍ଛନ ଧିଆନ |

ବଂଦ କଟା ଆଉ ନଏଦ ନଲିଆ
ପାଏଁନ ଫଟିକ୍ ତ ହେସି
ମାଆ ର ପୂଜା ବେଳେ ଲାଗସି ପାଏନ
ବୁଡ଼ାବେ ବନ୍ଧେ କଳସି |

ଧାନ ଖେତ ତ ସୁନା ବରନିଆ
ମାଆ କେ ସଜଉଚ୍ଛେ ସତେ
ଳୁହିଁ କରି କରୁଚ୍ଛେ ଜୁହାର
ଠିଆ ହୈ କରି ଖେତେ |

ବାଉଁଶ ବୁଦା ନୁ କଁଅଲି କଁଅଲି
ଡାଗ ଆଉଛେ ବଢି
ମାତ୍ର ଦର୍ଶନ କାରବାର ଲାଗି
ଆଏଖ ଦଉଛେ ଫାଡ଼ି |

ଶୀତଭି ଆସେ ପୂଜା କେ ଦେଖି
କାହିଁ କେଁନୁ ଧାଇଁ ଧାଇଁ
ମାଁ କେ ଜନାବା ଖରା ବଳି କରି
ସେ ଦିନୁ ଯାଏସି ରହି |

ଜିଇତି ଜଡ଼ତି ଦେଖନ ଯାତରା
ଯାହାର ଯେନ୍ତା ବତରେ
ମାନେ ଦଶହରା ପରକୁତି ଆଏଜ
ଧରା ଅମୃତ ଝରେ |

 

Spread the love

By Prasanta Meher

Hi, I am Prashant Kumar Meher Staying in Dubai but passionate about my culture and literature.

One thought on “ପରକୁତି ମାନେ ଦଶହରା”
  1. क्या लिखूं तेरी तारीफ-ए-सूरत में यार,अलफ़ाज़
    कम पड़ रहे हैं तेरी आँखों को देखकर।।

Leave a Reply

Your email address will not be published. Required fields are marked *

error: Content is protected !!