ବ’ଫୁ
(ବଏସ’ର୍ ଲାଠି)
_____________________________________________
ଲେଖିଛନ୍- ଆରତୀ ସାହୁ
_____________________________________________
ମୁନୁଷ୍ ଗଲା ଯେ, ଭଙ୍ଗା ଚୁରି ସବୁ ବନ୍ ଘାଟେଁ ଥୁଆ ହେଲା, ରଙ୍ଗ୍ ବିରଙ୍ଗି ସପ୍’ଟା ଧଡିର୍ କପ୍’ଟା ଆଏଜ୍ ବିନ୍ ମୁହିଁ ହେଇଛେ।ରାଏତ୍ ଭର୍ ଡଗୋ ଡଗୋ ଆଏଖ୍। ଲୁକେ ବଲ୍’ସନ୍ ବଏସ୍ ହେଲେଁ ରାତିଁ ଝୁମ୍’ରା ନେଇଁ ହୁଏ, ହେଇଥିବା ଭାଏଲ୍ ।
ନାକ୍ ଗୁନା ବେଁକ୍ ଖଗ୍’ଲା ଗହନା ଦେଇ ଘିନିଥିବାର୍ କ୍ଷେତ୍ ଖଲା ପୁଓ ବହର୍ କବ୍’ଜେଁ। ଗାଏ ବଲଦ ସଂଗେ ଗୁହାଲ୍ ବି ହଜିଯେଇଛନ୍ । ପଢା ଲିଖା ନାତି ନାତେନର୍ ଦିହେଁ ସହରିଆ ପବନ୍ ବାଜୁଛେ , କଲର୍ କାଲର୍ ନେଇଁ, ଅବ୍’ଗାର୍ ତୁନୁନ୍ ମୁନୁନ୍ ମୋର୍ ଘର୍ ।ଦିହର୍ ବଲ୍ ଵଫୁ ସବୁ ଗଲାନ, ମୁହଁର୍ କପାଟି ବି ଆର୍ କେନୁ ଚଲ୍’ତା ହେଲେଁ। ଉସତ୍ ଆନନ୍ଦ ଥିଁ କଥା ହଉଥିଲିଁ ବଲି କଥାତୀ ବଲନ୍। ଏଭେଁ କାନ୍ ନାଇଁ ଶୁଭ୍’ବାର୍ ବଲି, କାହାକେ ଉତ୍ତର୍ ଫିରେଇ ନାଇଁ ହଉଛେ। ବଏସ୍ ପାଁ’ଚ୍ କୋର୍ ଡେଗ୍’ଲା ନ ବଲିଁ ବଡ୍ ପିଲା ହିସାବ୍ ଲଗେଇଛେ। ଗୁମ୍’ନୀ ମୁହିଁ ମୁଁଇ ବସିଛେଁ ଯେ ବସିଛେଁ। ମୋର୍ ମରଣ୍ କାଏଁ ଯେ ନାଇଁ ଆସୁଛେ ?
✍ ଲେଖିକା-ଆରତୀ